ମୁଖ୍ୟ ଖବର

ବି.ବି ସାହୁ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ

By Biswaranjan Pattnaik

July 11, 2023

ଅନୁଗୁଳ: ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭିକାରିବନ୍ଧୁ ସାହୁଙ୍କୁ ଅନୁଗୁଳ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଶାନ୍ତ କୁମାର ସିହ୍ନା ଅବସର ନେବା ପରେ ତାଙ୍କୁ ଏହି ସ୍ଥାନରେ ନିଯୁକ୍ତି ମିଳିଛି। ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି ପଦବୀଟି ଶାରୀରିକ ଶିକ୍ଷା ନିରୀକ୍ଷକ ଭାବେ ପରିଗଣିତ ହେଉଥିବ ବେଳେ ଏବେ ଏହାକୁ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବୋଲି କୁହାଯାଉଛି। ନୂତନ ଅଧିକାରୀଙ୍କ ନିଯୁକ୍ତି ପରେ ସ୍କୁଲ କ୍ରୀଡାର ଅଧିକ ବିକାଶ ହେବ ବୋଲି ଆଶା କରାଯାଉଛି ।