ଘଟଣା ଓ ଦୁର୍ଘଟଣା

କୂଅରୁ ଭାଲୁ ଉଦ୍ଧାର

By Sanjeeb Biswal

December 08, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଝିଣ୍ଟିପାଳ ଗାଁରେ କୂଅରେ ପଡ଼ିଥିବା ଭାଲୁକୁ ୧୦ ଘଣ୍ଟାର ପରିଶ୍ରମ କରି ବୁଧବାର ବନ ବିଭାଗ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।

ସୂଚନା ଯେ, ଗାଁକୁ ଆଖୁ ଖାଇବାକୁ ଆସି ଦୁଃଶାସନ ଜେନାଙ୍କ ଆଖୁ ବାଡିରେ ଥିବା ଏକ କୂଅରେ ପଡି ଯାଇଥିଲା। ଦୁଃଶାସନ ସକାଳେ କୁଅରେ ପଡିଥିବା ଭାଲୁକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁଟିକୁ ୧୦ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଛନ୍ତି। ଭଲୁଟି ଉଦ୍ଧାର ହେଲା ପରେ ପାଖ ଜଙ୍ଗଲ ଭିତରକୁ ପଳେଇ ଯାଇଛି।