ମୁଖ୍ୟ ଖବର

ଅନୁଗୋଳରେ ଭାଲୁ ଆତଙ୍କ: ଚାଷୀ ଗୁରୁତର

By Angul TV Bureau

August 07, 2026

ଅନୁଗଗୋଳ: ଜିଲ୍ଲାର ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଚରାକାନୀ ଗ୍ରାମରେ ଧାନ ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀଜଣକ ହେଲେ ନିରଞ୍ଜନ ସାହୁ।

ସୂଚନା ଅନୁସାରେ, ନିରଞ୍ଜନ ଜଙ୍ଗଲ ନିକଟସ୍ଥ ନିଜ ଜମିରେ ଧାନ ବିଲ କାମ କରୁଥିଲେ। ଏହି ସମୟରେ ହଠାତ୍ ୩ଟି ଭାଲୁ ସେଠାରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ସେ ଜୋରରେ ଚିତ୍କାର କରିବାରୁ ଆଖପାଖ ବିଲରେ ଥିବା ଲୋକମାନେ ଦୌଡ଼ିଆସି ପାଟିତୁଣ୍ଡ କରିଥିଲେ। ଫଳରେ ଭାଲୁଗୁଡ଼ିକ ପୁଣି ଜଙ୍ଗଲ ଭିତରକୁ ପଳାଇଯାଇଥିଲେ।

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ଉଦ୍ଧାର କରାଯାଇ ଛେଣ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପାଦ, ଡାହାଣ ହାତର ଆଙ୍ଗୁଠି ଏବଂ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭାଲୁ ଆତଙ୍କ ଖେଳିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।