ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ଏଥିପାଇଁ ଆଲୋକୀକରଣ କରାଯାଉନାହିଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହିତ ସ୍ଥାପତ୍ୟ କଳା କାରୁକାର୍ଯ୍ୟ ମଧ୍ୟ କରାଯାଉଛି। ବିଭିନ୍ନ ଛକ,ପାର୍କ ଗୁଡ଼ିକୁ ଏଥିପାଇଁ ସୁସଜ୍ଜିତ କରାଯାଉଛି। ଏବେ ବାଳିକା ଉଚ୍ଚ ବିଦ୍ୟାଳୟ ସାମନାକୁ ସୁନ୍ଦର କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୭ ନିୟୁତ ବର୍ଷ ତଳେ ହୋଇଥିବା ମାନବର କ୍ରମ ବିକାଶକୁ ଏଥିରେ ପ୍ରଦର୍ଶିତ କରାଯାଉଛି। ଏହାପରେ ଆଖ ପାଖ ଅଞ୍ଚଳରେ ରହୁଥିବା ଜବର ଦଖଲ ଉଚ୍ଛେଦ କରାଯାଇ ଭେଣ୍ଡିଂ ଯୋନ କରାଯିବ ବୋଲି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।