ଅନ୍ୟାନ୍ୟ

ବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

By Angul TV Bureau

October 03, 2021

ଅନୁଗୁଳ: ଅନୁଗୁଳ ବିଇଡି କଲେଜ ବନ୍ଦ ହେବନି। ବରଂ ଏହାକୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାବେ ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳରେ ଏହା ଘୋଷଣା କରି ସେ କହିଛନ୍ତି, ଅନୁଗୁଳରେ ଶିକ୍ଷାର ବିକାଶ ପାଇଁ ଆଗକୁ ଅନେକ ପଦକ୍ଷେପ ନିଆଯିବ । ସେହିପରି ଖୁବ ଶୀଘ୍ର ତାଳଚେରରେ ଏମସିଏଲ ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ଆଠମଲ୍ଲିକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଅନୁଗୁଳରେ ଅନେକ ଶତାୟୁ ଶିକ୍ଷାନୁଷ୍ଠାନ ରହିଛି। ଏଗୁଡିକର ଗୌରବ ବଢାଇବା ସହ ଜିଲ୍ଲାର ସମସ୍ତ ସ୍କୁଲକୁ ଆୟୁଧ କରି ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ମାଇଲଖୁଣ୍ଡ ତିଆରି ପାଇଁ ଖସଡ଼ା ପ୍ରସ୍ତୁତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।