ମୁଖ୍ୟ ଖବର

ମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

By Biswaranjan Pattnaik

December 17, 2020

ଅନୁଗୁଳ: ଗତ ଡିସେମ୍ବର ୮ରୁ ୧୪ ଯାଏ ପୂର୍ବତଟ ରେଳପଥ ପକ୍ଷରୁ ଶକ୍ତି ସ˚ଚୟ ସପ୍ତାହ ପାଳନ କରାଯାଇଥିଲା। ଏ ଅବସରରେ ରାଜ୍ୟର ଟ୍ରେନ୍‌ଗୁଡ଼ିକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍‌ ଚାଳିତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୧୧୪୦ କିଲୋମିଟର ରେଳପଥ ବିଦ୍ୟୁତକରଣ କରାଯାଇଛି। ଏହାଦ୍ବାରା ଡିଜେଲ୍‌ ବ୍ୟବହାର ହ୍ରାସ ପାଇବା ସହ ଶକ୍ତି ସ˚ରକ୍ଷଣ କରାଯାଇପାରିଛି। ଡିଜେଲ୍‌ ଟ୍ରେନ୍‌ରୁ ପ୍ରଚୁର ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥାଏ। ଏଥିସହ ପୂର୍ବତଟ ରେଳପଥ ସୌରଶକ୍ତିକୁ ବ୍ୟବହାର କରି ପ୍ଲାଟ୍‌ଫର୍ମ, କର୍ମଚାରୀ କ୍ୱାର୍ଟର୍ସ, ଅଫିସ୍‌ କିଭଳି କରାଯାଇପାରିବ ସେଥିପ୍ରତି ମଧ୍ଯ ଦୃଷ୍ଟି ଦିଆଯାଉଛି। ଗତ ଏକ ବର୍ଷ ମଧ୍ୟରେ ଟ୍ରେନର ଲାଇଟ୍‌, ପଙ୍ଖା, ଏସି, କ୍ୟାଟରି˚ ସେବାକୁ ଡିଜେଲ୍‌ ପରିବର୍ତ୍ତେ ବିଦ୍ୟୁତ କରଣ କରାଯାଇ ୪୮ କୋଟି ଟଙ୍କା ସଞ୍ଚୟ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା।