ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ଅଭିଭାବକମାନଙ୍କୁ ଗୁରୁକୁଳ କ୍ଲାସେସ୍ ତରଫରୁ ନୂତନ ଶିକ୍ଷାବର୍ଷ ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଏବଂ ଜଗତର ନାଥ ଜଗନ୍ନାଥଙ୍କ ଅଶେଷ କରୁଣାରୁ ଗୁରୁକୁଳ କ୍ଲାସେସ୍ ଅନୁଗୁଳରୁ ଅମଲାପଡା ୫ ମଲେନ୍ ଠାରେ ଆଜକୁ ୪ ବର୍ଷ ହେଲା ସି.ବି.ଏସ୍.ଇ ଅନ୍ତର୍ଗତ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଆସୁଛି। ଉକ୍ତ ଶିକ୍ଷାନୁଷ୍ଠାନରେ ଏକାଦଶ(ସମର କୋର୍ସ) ଓ ଦ୍ବାଦଶ ଶ୍ରେଣୀର ଶ୍ରେଣୀକାର୍ଯ୍ୟ(କ୍ଳାସ) ଆରମ୍ଭ ହୋଇଯାଇଛି। ଆସନ୍ତା ମାସ ୨ ତାରିଖରେ ଡିଏଭି ଶ୍ରେଣୀକାର୍ଯ୍ୟ ଆରମ୍ଭ କରାଯିବ। ଏଣୁ ଆଗ୍ରହୀ ଛାତ୍ରଛାତ୍ରୀ ତଥା ଅଭିଭାବକଗଣ ଗୁରୁକୁଳ କ୍ଲାସେସ ଅଫିସ୍ ରେ ନିଜ ନିଜର ରେଜିଷ୍ଟ୍ରେସନ କରାଇ ନେବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ଉକ୍ତ ଅନୁଷ୍ଠାନର ଶିକ୍ଷକ- ଶିକ୍ଷୟିତ୍ରୀମାନେ କ୍ରିୟାକଳାପ ଶୈଳୀ(ଆକ୍ଟିଭିକ୍ଟିଭ୍) ଓ ସରଳ ବ୍ୟବହାରୀକ ପଦ୍ଧତି (ପ୍ରାକ୍ଟିକାଲ୍) ପଦ୍ଧତିକୁ ଅନୁସରଣ କରି ଶିକ୍ଷାଦାନ କରାଇଥାନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଗୁଣାତ୍ମକ- ଶିକ୍ଷା ଲାଭ କରି ପରୀକ୍ଷାରେ ଉତ୍କୃଷ୍ଟ ମାନର ନମ୍ବର ରଖୁ କୃତକାର୍ଯ୍ୟ ହୋଇଥାନ୍ତି।