ଘଟଣା ଓ ଦୁର୍ଘଟଣା

ସାବଧାନ ଠକ ମାତିଛନ୍ତି

By Biswaranjan Pattnaik

November 19, 2022

ଅନୁଗୁଳ: ଗତ କିଛିଦିନ ଧରି ଅନୁଗୁଳରେ ବିଭିନ୍ନ ଠକ ବିଭିନ୍ନ ପ୍ରକାରରେ ଲୋକଙ୍କୁ ଠକୁଥିବା ଦେଖିବାକୁ ମିଳୁଛି। ଚେକିଂ ଆଳରେ ଟଙ୍କା ସୁନା ଲୁଟିନେବା, ସାଇବର ଠକେଇ, ଚାକିରୀ ଦେବା ଆଳରେ ଠକେଇ ପରେ ଏବେ ଜାଲି ନୋଟର ରାକେଟ ନେଇ ସାଧାରଣରେ ଅଭିଯୋଗ ହେଉଛି। ଅନୁଗୁଳ ଏସବିଆଇ ମେନ ବ୍ରାଞ୍ଚ ନିକଟରେ ଏହି ରାକେଟର ଲୋକ ମାନେ ଛକି ରହୁଛନ୍ତି।ଭିଡ ଦେଖି ଏଟିଏମରୁ ବାହାରୁଥିବା ଲୋକଙ୍କୁ ଏହି ଠକ ‘ଆଜ୍ଞା ଡିପୋଜିଟ ମେସିନରେ ମୋ ଟଙ୍କା ଟା ଯାଉନାହିଁ। ଆପଣ ଦୁଇଟି ନୂଆ ପାଞ୍ଚ ଶହ ଟଙ୍କିଆ ନୋଟ ଦିଅନ୍ତୁ ଆମଠୁ ଅନ୍ୟ ଦୁଇଟି ନୋଟ ନିଅନ୍ତୁ’। ଯେଉଁ ଗ୍ରାହକ ରାଜି ହେଲା ସେ ଫସିଲା। କାରଣ ଠକ ଜଣକ ଯେଉଁ ନୋଟ ଦେଉଥିଲା ତାହା ଥିଲା ନକଲି। କେହି ସନ୍ଦେହ କଲେ ଠକ ତୁରନ୍ତ ସେ ଜାଗା ଛାଡି ପଳାଉଥିଲା ଗ୍ରାହକମାନେ ତେଣୁ ସଚେତନ ହେବାର ଆବଶ୍ୟକତା ଅଛି।