ଅନ୍ୟାନ୍ୟ

ହେମସୁରପଡ଼ାରେ ଭାଗବତ ଜନ୍ମ

By Angul TV Bureau

September 28, 2026

ଅନୁଗୋଳ: ହେମସୁରପଡ଼ା ଶନି ମନ୍ଦିର ନିକଟସ୍ଥ ଟୁଙ୍ଗିରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି। ଏ ଅବସରରେ ସକାଳ ବେଳା ପାରମ୍ପରିକ ପୂଜାର୍ଚ୍ଚନା ପରେ ଭାଗବତ ପାଠ, ହୋମ ଆଦି ଅନୁଷ୍ଠିତ ହୋଇଥିଲା।ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଭାଗବତରେ ସମାଜରେ କେଉଁଟି କରଣୀୟ ଏବଂ କେଉଁ ବିଷୟ ବର୍ଜନୀୟ ତାହା ସୁନ୍ଦର ଭାବରେ ଆଲୋଚିତ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା।ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏହି ଉତ୍ସବରେ ସାମିଲ ହୋଇଥିଲେ।ଭାଗବତ ପରିଚାଳନା କମିଟି ସଭାପତିମକଦ୍ଦମି ରାଉତ୍ ଙ୍କ ସମେତ ପ୍ରଶାନ୍ତ ଦଳବେହେରା,ଶ୍ରୀକାନ୍ତ ମହାଳିକ,ରାମଚନ୍ଦ୍ର ଦାସ, ଅନାଦି ପ୍ରଧାନ ପ୍ରମୁଖ ସମାରୋହ ପରିଚାଳନା କରିଥିଲେ ।