ଅନ୍ୟାନ୍ୟ

ଆସନ୍ତାକାଲିଠାରୁ ମୋଦି ପରିବାର ତରଫରୁ ଆୟୋଜିତ ହେଉଛି ଭାଗବତ ସପ୍ତାହ, ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ

By Angul TV Bureau

September 15, 2023

ଅନୁଗୁଳ: ମୋଦି ପରିବାର ଅନୁଗୁଳ, ତାଳଚେର ଓ କଟକ ତରଫରୁ ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାଗବତ ସପ୍ତାହ ଆୟୋଜିତ ହୋଇଛି। ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ।

ଭାଗବତ ପ୍ରବଚନ ସେପ୍ଟେମ୍ବର ୧୬ ରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଦ୍ୱିପହର ୩ ଟା ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲୁ ରହିବ। ଅନ୍ତଃରାଷ୍ଟ୍ରୀୟ ପ୍ରବଚକ ପଣ୍ଡିତ ଶ୍ରୀ କୃଷ୍ଣଚନ୍ଦ୍ର ଶାସ୍ତ୍ରୀଜୀ ଉକ୍ତ ଭାଗବତ ପାରାୟଣ କରିବେ। ଏହି ଭାଗବତ ସପ୍ତାହରେ ଭାଗବତ ପ୍ରେମୀ ତଥା ଅନୁଗୁଳବାସୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ ଶୁଣିବା ପାଇଁ ଅନୁରୋଧ କରାଯାଇଛି।