ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମ ବୈଷ୍ଣବ ରଗୁଡି ନିକଟସ୍ଥ ଭାଗବତ ଟୁଙ୍ଗୀ ପରିସରରେ ୨୦ତମ ବାର୍ଷିକ ଭାଗବତ ପାରାୟଣ ସପ୍ତାହ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଦେଇ ଆଶ୍ରମର ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ଵତୀ, ଗହମ ନିତାଇଗୌର ଆଶ୍ରମର ବାବାଜୀ ପ୍ରଭୁପାଦ ଦାସ, ପରଜଙ୍ଗର ପଣ୍ଡିତ ସୁବୋଧ କୁମାର ପଣ୍ଡା, ପଣ୍ଡିତ ବାସୁଦେବ ଚାନ୍ଦ ଏବଂ ତାଳଚେରର ପଣ୍ଡିତ ନିରଞ୍ଜନ କର ପ୍ରମୁଖ ପ୍ରବଚନ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁସନ୍ଥ ସମେତ ଗ୍ରାମ ଓ ଆଖପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଭାଗବତ ପ୍ରେମୀ ଯୋଗଦେଇ ଭାଗବତ କଥାରେ ଭାଗ ନେଇଥିଲେ । ଶରତ ଚନ୍ଦ୍ର ଦାସ ଓ ରାମଚନ୍ଦ୍ର ମହାପାତ୍ର ଭାଗବତ ଯଜ୍ଞର ପୂର୍ଣ୍ଣାହୂତି ଦେଇଥିଲେ । ଏଥିରେ ପୂଜକ ରବିନାରାୟଣ ମିଶ୍ର ପ୍ରତ୍ୟହ ପୂଜାର୍ଚ୍ଚନା କରିଥିବାବେଳେ ଅନୁଷ୍ଠାନର ଗଗନ ଦାସ, ଶ୍ରୀବତ୍ସ ସାହୁ, ପ୍ରମୋଦ ଚନ୍ଦ୍ର ପ୍ରଧାନ, ନେତ୍ରାନନ୍ଦ ସାହୁ, ଶରତ ଚନ୍ଦ୍ର ମିଶ୍ର, ଗୋଲେଖ ବେହେରା, ଦୀପକ ଦାସ, ପ୍ରଫୁଲ କୁମାର ପ୍ରଧାନ, ରାଜକିଶୋର ଦାସ, ସୁରେଶ ପ୍ରଧାନ ପ୍ରମୁଖ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗବତ ସଙ୍ଘ କମିଟିର ସମସ୍ତ ସଦସ୍ୟଙ୍କ ସହିତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଆସି ଭାଗବତ ସଙ୍ଗରେ ଯୋଗ ଦେଇଥିଲେ ।