ଅନ୍ୟାନ୍ୟ

ଭଗବଦ୍ ଗୀତା କାର୍ଯ୍ୟକ୍ରମ

By Angul TV Bureau

February 25, 2022

ଅନୁଗୁଳ : କର୍ମମୟ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଇସ୍କନ ଅନୁଗୁଳ ଦ୍ବାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ୍ ଓ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ନୂତନ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅନୁଗୁଳ ଶାଖାରେ ଗୁରୁବାର ‘ଲାଇଫ ଗୀତା ଓ ଗୀଭ ଗୀତା’ ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇସ୍କନ ଅନୁଗୁଳ ଆଶ୍ରମର ସହ-ପରିଚାଳକ ମୋହନ କୃଷ୍ଣ ଦାସ କର୍ମ ଜୀବନରେ ଭଗବଦ୍ ଗୀତାର ପ୍ରୟୋଗ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଜୀବନରେ ଏକ ମହାନ୍‌ ଲକ୍ଷ୍ୟର ମହତ୍ତ୍ବ, ଅସତ୍ କାର୍ଯ୍ୟରୁ ନିବୃତ୍ତି, ଓ ଜୀବନରେ ଏକ ଉଚ୍ଚ ଭାବ ବିକଶିତ କରିବା ଆଦି ବିଷୟ ଆଲୋଚିତ ହୋଇଥିଲା। ଶେଷରେ ସମସ୍ତ କର୍ମଚାରୀ ହରି ନାମ ସଙ୍କୀର୍ତ୍ତନରେ ଭାଗ ନେଇଥିଲେ ସମସ୍ତଙ୍କୁ କୃଷ୍ଣ ପ୍ରସାଦ ବିତରଣ କରଯାଇଥିଲା। ଇସ୍କନ୍ ଅନୁଗୁଳର ଯୁବ ପ୍ରଚାର ମୁଖ୍ୟ ସୁମିତ୍ର କୃଷ୍ଣ ଦାସ ଏଥିରେ ସହଯୋଗ କରିଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳକ ସିଦ୍ଧାର୍ଥ ତ୍ରିପାଠୀଙ୍କ ସହଯୋଗରେ ଏହା ସଫଳ ହୋଇ ପାରିଲା ବୋଲି ଇସ୍କନ ପକ୍ଷରୁ କୁହାଯାଇଛି ।