ମୁଖ୍ୟ ଖବର

ସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ,ପାର୍କ ଓ ପଡ଼ିଆରେ ଗଣ୍ଡଗୋଳ ବେଳେ ଜଣଙ୍କୁ ଉଠାଇ ଆଣିଲା ପୋଲିସ

By Angul TV Bureau

November 25, 2024

ଅନୁଗୁଳ: ସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ। ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏଭଳି ଖଣ୍ଡଯୁଦ୍ଧ ଏବେ ସହରରେ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ ଯେ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ର ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରକୁ କାଗଜ ଫୋପାଡ଼ିଥିଲା। ଏହି ଛୋଟ କଥାକୁ ନେଇ ଯୁକ୍ତିତର୍କ ଓ ମାରପିଟ ହୋଇଥିଲା। ଖବର ପାଇ ମାଡ଼ ଖାଇଥିବା ଛାତ୍ରର ଭାଇ ଆସି ପିଲାଙ୍କୁ ବୁଝାବୁଝି କରିଥିଲେ ଓ ମାମଲା ତୁଟିଲା ବୋଲି ଭାବିଥିଲେ।

କିନ୍ତୁ ପୁଣି ସେହି ଗୋଷ୍ଠୀର ପିଲା ଆସି ମାଡ ଖାଇଥିବା ପିଲାର ଭାଇକୁ ରାସ୍ତାରେ ଅଟକାଇ ସେ ଚଳାଉଥିବା ବାଇକ ଭାଙ୍ଗିବାକୁ ଧମକାଇ ଥିଲେ। ଆଉ ଗୋପବନ୍ଧୁ ପାର୍କକୁ ଟେକି ନେଇ ଗାଳି ଗୁଳଜ କରିବା ସହ ପିଟାପିଟି କରିଥିଲେ।

ଖବର ପାଇ ପୋଲିସ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୁଣି ଦଶହରା ପଡ଼ିଆରେ ଉକ୍ତ ଗୋଷ୍ଠୀ ହୋହଲ୍ଲା କରୁଥିବା ବେଳେ ପୋଲିସ ଖବର ପାଇ ପହଞ୍ଚି ଜଣଙ୍କୁ କାବୁ କରିଥିଲା। ଏବେ ପୋଲିସ ମାମଲାର ତଦନ୍ତ ଚଳାଇଛି। ଏହି ଝାମେଲାରେ ଜଡ଼ିତ କଲେଜ ଛାତ୍ର ନାଲକୋ ଅଞ୍ଚଳର ବୋଲି ଜଣାପଡ଼ିଛି।