ଅନ୍ୟାନ୍ୟ

ଚୋରା ବାଇକ ପାଇ ଖବର ଦେଲେ ଜିତେନ୍ଦ୍ର

By Biswaranjan Pattnaik

October 27, 2021

ଅନୁଗୁଳ: ଆଜିର ଯୁଗରେ ଟଙ୍କା ସୁନା ଗାଡି ପାଇଲେ କିଏ ଛାଡ଼ୁଚି? ଧନ ରଙ୍କୁଣା ମଣିଷ ଯେତେ କମାଇଲେ ବି ଆହୁରି ଧନ ପାଇଁ ପାଗଳ ହେଉଛି। କିନ୍ତୁ କିଛି ବ୍ୟତିକ୍ରମ ଏବେ ବି ରହିଚି। ନାଲକୋ ପାଖ ଗିରାଙ୍ଗ ଗାଁର ଜଣେ ବ୍ୟକ୍ତି ଚୋରା ଗାଡି ପାଇ ଉପଯୁକ୍ତ ଲୋକକୁ ଫେରାଇଛନ୍ତି। ଅନୁଗୁଳ ଡାକ୍ତରଖାନାର ଇଲେକ୍ଟ୍ରିସିଆନ ନରେଶ ଚନ୍ଦ୍ର ସାହୁଙ୍କ ହିରୋ ବାଇକଟି ମଙ୍ଗଳବାର ସକାଳେ ମେଡିକାଲ ପରିସରରୁ ଚୋରି ହୋଇଥିଲା। ମେଡିକାଲର ସିସିଟିଭି ଅଚଳ ଥିବାରୁ ବାଇକର ସନ୍ଧାନ ମିଳିପାରିନଥିଲା। ବହୁଖୋଜା ଖୋଜି ପରେ ନରେଶ ଏଫ୍ଆଇଅର ଧରି ଥାନାକୁ ଯିବାପାଇଁ ବାହାରୁ ଥିବା ବେଳେ ହଠାତ ଖବର ଆସିଲା ଗାଡି ଗିରାଙ୍ଗ ଗାଁ ଅଙ୍ଗନବାଡି କେନ୍ଦ୍ର ନିକଟରେ ଅଛି। ଚୋର ଗାଡିଟିକୁ ସେଠାରେ ଛାଡି ଚାଲିଯାଇଛନ୍ତି।ଗିରାଙ୍ଗ ଗାଁର ଜିତେନ୍ଦ୍ର ଗଡନାୟକ ଦେଖିଲେ ବାଇକର ନମ୍ବର ପ୍ଲେଟ ତଡା ଯାଇଛି,ଡିକି ବି ଭଙ୍ଗା ଯାଇଛି। ଜିତେନ୍ଦ୍ର ଡିକି ଖୋଲିବାରୁ ସେଥିରେ ଥିବା ବ୍ୟାଙ୍କ ପାସ ବୁକରୁ ଫୋନ ନମ୍ବର ପାଇ ନରେଶଙ୍କୁ ଜଣାଇଥିଲେ। ଶେଷରେ ନରେଶ ଜିତେନ୍ଦ୍ରଙ୍କୁ ଧନ୍ୟବାଦ ଦେଇ ବାଇକ ନେଇ ଘରକୁ ଫେରିଥିଲେ।