ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁଇଓ ଜଙ୍ଗଲ ନିକଟରେ ଇନଫା ଗ୍ରୁପର ଏକ ଘରୁ ଗେଟ୍ ଚୋରି କରି ଜଣେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ହଣ୍ଡପା ଅଞ୍ଚଳର ଭାଲୁ ଓରଫ ପ୍ରଦୀପ ବିଶ୍ବାଳ। ସେ କୁଇଓ ଅଞ୍ଚଳରେ ଡ୍ରାଇଭର ଭାବେ କାମ କରୁଥିଲେ। ଏଠାରେ ଇନଫା ଗ୍ରୁପର ଏକ ଘର ରହିଥିଲାବେଳେ ଏହାର ଲୁହା ଗେଟକୁ ସେ ଚୋରି କରିନେଇଥିଲେ। ଏଥିନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ୫୫୭/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାରେ ଭାଲୁକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି।