ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ଭାରତ ବନ୍ଦ ସଫଳ, ସକାଳୁ ସନ୍ଧ୍ୟା ଯାଏଁ ଅଖଚକ ଠପ୍

By Biswaranjan Pattnaik

August 21, 2024

ଅନୁଗୁଳ: ଭାରତୀୟ ଅନୁସୂଚିତ ଜାତି ଜନଜାତି ସମନ୍ୱୟ ସମିତି ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁଗୁଳ ଜିଲ୍ଲାରେ ସଫଳ ହୋଇଛି। ବୁଧବାର ସକାଳ ୬ଟାରୁ ସଂଧ୍ୟା ଯାଏଁ ଅନୁଗୁଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ଥିଲା। ଏଥିସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନେକ ସ୍କୁଲ କଲେଜ, ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ ବନ୍ଦ ଥିଲା।

ଏହି ବନ୍ଦ ପାଳନରେ ଅନୁଗୁଳ ଅନୁସୂଚିତ ଜାତି ଜନଜାତି ସମନ୍ୱୟ ସମିତିର କାର୍ଯ୍ୟକର୍ତ୍ତା ଶତୃଘ୍ନ ନାଏକ, ପ୍ରଭାତ ବେହେରା, ପ୍ରହଲ୍ଲାଦ ନାଏକ, ପ୍ରଦ୍ୟୁମ୍ନ କୁମାର ନାଏକ, ପ୍ରଦ୍ୟୁମ୍ନ କୁମାର ନାଏକ ଡବ୍ଲୁ, ଅକ୍ଷର ବେହେରା, ବସନ୍ତ ନାଏକ, କୁମୁଦ ନାଏକ, ପ୍ରଫୁଲ୍ଲ ନାଏକ, ସର୍ବେଶ୍ୱର ବେହେରା, ଗଣେଶ୍ଵର ନାଏକ, ଶରତ ନାଏକ, ତରଣୀସେନ ନାଏକ, ଦମୟନ୍ତୀ ମହାପାତ୍ର, ଧରଣୀଧର ବେହେରା, ଲୁଲୁ ନାଏକ, ଚରଣ ନାଏକ, ଆଇନଜୀବୀ ପ୍ରତାପ ନାଏକ, ପବିତ୍ର ନାଏକ, ସ୍ଵପ୍ନେଶ୍ଵର ନାଏକ, ନୀଳକଣ୍ଠ ନାଏକଙ୍କ ସହ ଶତାଧିକ ଅନୁସୂଚିତ ଜାତି ଜନଜାତି ଲୋକ ସାମିଲ ଥିଲେ। ପୂର୍ବତନ ରାଜ୍ୟ କଂଗ୍ରେସ କମିଟିର ଓବିସି ଉପ ସଭାପତି ଓ ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ବିଶ୍ଵାଳ ସମର୍ଥନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଅଗଷ୍ଟ ୧ରେ ଏକ ରାୟରେ କହିଥିଲେ, ଅନୁସୂଚିତ ଜାତି ଜନଜାତିଙ୍କ ମଧ୍ୟରୁ ସ୍ୱଚ୍ଛଳ ବର୍ଗକୁ ବାଦ୍ ଦେଇ ଅନ୍ୟମାନଙ୍କୁ ସଂରକ୍ଷଣ ସୁଯୋଗ ଦିଆଯାଉ। କିନ୍ତୁ ଏହା ଭାରତୀୟ ସମ୍ବିଧାନର ଧାରା ୪୪୨ ଓ ୪୪୩ ର ଅବମାନନା କରୁଛି ବୋଲି କହିବା ସହ ତାହାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଥିଲା ଭାରତୀୟ ଅନୁସୂଚିତ ଜାତି ଜନଜାତି ସମନ୍ୱୟ ସମିତି।