ଅନ୍ୟାନ୍ୟ

ମାଲବାର ସୁନା ଓ ହୀରା ଗହଣାର”ଭାରତ କି ବଧୂ” ସଂସ୍କରଣ

By Biswaranjan Pattnaik

December 04, 2025

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଅନୁଗୁଳ ମାଲବାର ସୁନା ଓ ହୀରା ଗହଣାର ପଞ୍ଚଦଶ ସଂସ୍କରଣରେ “ଭାରତ କି ବଧୂ”ର ଶୁଭ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହକୁ ଉଦ୍ଘାଟନ କରିଥିଲେ ଅନୁଗୁଳ ପୌରପାଳିକା ପାଞ୍ଚ ନମ୍ୱର ୱାର୍ଡର କାଉନସିଲର ରଣଜିତ୍ ମାଣ୍ଡୋଠିଆ।

ମାଲବାର ସୁନା ହୀରା ଗହଣା ଯେଭଳି ଭରସାଯୋଗ୍ୟ ସେପରି ଆକର୍ଷଣୀୟ ବୋଲି କହିଥିଲେ।ଏହି ପଞ୍ଚଦଶ ସଂସ୍କରଣରେ ମାଲବାର ତାର ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଅଫର ଦେଉଛି। ଡିସେମ୍ବର ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମାଲବାରରେ ସୁନା ଗହଣା କିଣିଲେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଗଢା ମଜୁରୀ ଉପରେ ଛାଡ,ଅନକଟ ଜେମ୍ ଷ୍ଟୋନ ଏବଂ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ଯାଏଁ ଗଢା ମଜୁରୀ ଉପରେ ରିହାତି ବ୍ୟବସ୍ଥା ରହିଛି। ମାଲବାର କମ୍ପାନୀ ଚେୟାରମେନ ଏମ.ପି ଅହମଦ ମାଲବାର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକ ମାନେ ଶତ ପ୍ରତିଶତ ଭରସା କରନ୍ତି ବୋଲି ପ୍ରକାଶ କରିଛନ୍ତି।

ଏହାର ଅଳଙ୍କାର ଗୁଡିକରେ ଭାରତୀୟ ସୂକ୍ଷ୍ମ କଳା ଚାତୁର୍ଯ୍ୟ ଓ ଗୌରବମୟ ପରମ୍ପରା ପ୍ରତିଫଳିତ ହୋଇଛି। ଅନୁଗୁଳ ମାଲବାରରେ ଏହି ଅବସରରେ  ଏକାଧିକ ମଡେଲ ଆକର୍ଷଣୀୟ  ଗହଣା ପିନ୍ଧି ଗ୍ରାହକ ମାନଙ୍କୁ ପ୍ରଦର୍ଶିତ କରିଥିଲେ। ସୋରୁମର ପଦସ୍ଥ ମ୍ୟାନେଜର ଓ ଅଧିକାରୀ ମାନେ ସମାରୋହକୁ ପରିଚଳନା କରିଥିଲେ ।