ଅନୁଗୁଳ: ଆଜି ରବିବାର ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭାରତ ଓନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟୁଥିବାବେଳେ ରୋହିତ ବାହିନୀ ଏଥର ୨୦୦୦ ମସିହାର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ସୂଚନା ଯେ ୧୨ ବର୍ଷ ତଳେ ଭାରତ ଏହି ଟ୍ରଫି ହାତେଇଥିଲା, ଏଥର ପୁଣି ଥରେ ଜିତିବାକୁ ଚେଷ୍ଟା କରିବ। ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇଥିବାରୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଫେଭରାଇଟ୍ ରହିଛି ।