ଅନ୍ୟାନ୍ୟ

୪୪ ବର୍ଷରେ ପାଦ ଦେଲା ଭାରତୀୟ ଜନତା ପାର୍ଟି, ତାଳଚେରରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

By Angul TV Bureau

April 06, 2024

ତାଳଚେର: ତାଳଚେର ହନୁମାନ ମନ୍ଦିର ଠାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିଜେପିର ତାଳଚେର ପୌର ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ହନୁମାନ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିବା ସହ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ୧୯୮୦ ମସିହା ଆଜିର ଦିନରେ ବିଜେପି ପ୍ରତିଷ୍ଠା ହୋଇ ଆଜି ୪୪ ବର୍ଷରେ ୧୮ କୋଟି କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଶ୍ୱର ସର୍ବବୃହତ ପାର୍ଟି ହୋଇଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ପୌର ମଣ୍ଡଳ ସଭାପତି ସତ୍ୟବନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଅନୁଗୁଳ ଜୋନ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ, କାଳନ୍ଦି ପ୍ରଧାନ, ଦୟା ସାଗର ମିଶ୍ର, ନିରୋଜ ଦାସ, ଜ୍ଞାନେନ୍ଦ୍ରିୟ ସେଠୀ, ଜଗଦିଶ୍ୱର ସାହୁ, ସଂଯୁକ୍ତା ମହାରଣା, ମୃଣାଳିନୀ ପଟ୍ଟନାୟକ, ମିଲ୍ଲୀ ପ୍ରଧାନ, କାଉନସିଲର ଅନିତା ବିଶ୍ୱାଳ, କବିତା ବେହେରା, ଅଶୋକ ସାମନ୍ତ, ଅଜୟ ସାହୁ, ବିଜୟ ନାଏକ, କ୍ଷେତ୍ରବାସୀ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।