ଘଟଣା ଓ ଦୁର୍ଘଟଣା

ପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

By Biswaranjan Pattnaik

November 02, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସଂଖପୁର ଗାଁରେ ମଙ୍ଗଳବାର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ପୋଡିଯିବା ଖବର ମିଳିଛି।ସୂଚନା ମୁତାବକ, ସଂଖପୁର ଗାଁର କୁମର ଦେହୁରୀ(୬୦) ରାତିରେ କନ୍ଥା ଘୋଡେଇ ଶୋଇ ଥିବା ବେଳେ ମଙ୍ଗଳବାର ବଡି ଭୋର ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଝୁଲ ପଡି କନ୍ଥା ଜଳିବାକୁ ଆରମ୍ଭ କରିଥିଲା। କୁମର କେବଳ ପାଟି କରିଥିଲେ କିନ୍ତୁ ବାହାରକୁ ଆସିପାରି ନଥିଲେ କାରଣ ସେ ଗୋଡ ଜନିତ ଭିନ୍ନକ୍ଷମ ଥିଲେ।ପରିବାର ଲୋକମାନେ ସାହି ଲୋକଙ୍କୁ ଡାକି କୁମାର ଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନା ପଠାଇଥିଲେ।କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।ଡାକ୍ତର କୁମରକୁ ମୃତ ଘୋଷଣା କରିଥିଲେ ।