ଘଟଣା ଓ ଦୁର୍ଘଟଣା

ଭୁନେଶ୍ବର-ଏଲଟିଟି ଟ୍ରେନରୁ ୧୯ ପ୍ୟାକେଟ ଗଞ୍ଜେଇ ଜବତ

By Biswaranjan Pattnaik

December 13, 2021

ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନ ନିକଟରେ ସୋମବାର ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱର-ଏଲଟିଟି ଟ୍ରେନରୁ ଅନୁଗୁଳ ରେଲୱେ ଆରପିଏଫ ତିନୋଟି ବ୍ୟାଗରୁ ୧୯ ପ୍ୟାକେଟ ଗଞ୍ଜେଇ ଜବତ କରିଛନ୍ତି। ଟ୍ରେନର ଏକ ଏସି ବଗି ରେ ଚେକିଂ ଚାଲିଥିବା ବେଳେ ଟିଟିଇ ସନ୍ଦିଗ୍ଧ ଅବସ୍ଥାରେ ବ୍ୟାଗ ଗୁଡ଼ିକୁ ଦେଖି ଏଗୁଡିକ କାହାର ବୋଲି ପଚାରି ଥିଲେ। କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୋଲିସ ଏହାକୁ ଜବତ କରିଥିଲା। ଏହି ଗଞ୍ଜେଇ କେଉଁଠାରୁ କେଉଁଠିକୁ ଯାଉଥିଲା ତାହା ଜଣା ପଡି ନାହି। ଏହି ଗଞେଇ ଜିଲ୍ଲା ଅବକାରୀ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ରେଲୱେ ପୋଲିସ ସୂତ୍ରରୁ ପ୍ରକାଶ ।