ମୁଖ୍ୟ ଖବର

ମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

By Angul TV Bureau

May 05, 2025

ଭୁବନେଶ୍ୱର: ଆସନ୍ତା ମେ’ ୧୨ ତାରିଖରୁ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ବର – ବିଶାଖାପାଟଣା ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ। ପୂର୍ବରୁ ଥ‌ିବା ଭୁବନେଶ୍ବର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଏହି ୩ ଟ୍ରେନ ନୂଆ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବେ। ଉତ୍ତର ଭୁବନେଶ୍ବର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ ।