ମୁଖ୍ୟ ଖବର

ନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା

By Swagatika Samantray

November 28, 2024

ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ। ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ। ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ।

ସପ୍ତାହରେ ଇନ୍ଦୋରକୁ ୪ ଦିନ ଓ ଡେରାଡୁନକୁ ୩ ଦିନ ଉଡ଼ିବ ବିମାନ। ଜାନୁଆରୀ ୧ ରୁ ଭୁବନେଶ୍ବର ଏୟାରପୋର୍ଟରୁ ଏହି ଦୁଇ ସ୍ଥାନକୁ ଇଣ୍ଡିଗୋ ବିମାନ ଚଳାଚଳ କରିବ। ସେହିଭଳି ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଏବଂ କୋଚିନ୍ କୁ ସପ୍ତାହରେ ୭ ଦିନ ଉଡ଼ିବ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।