ଘଟଣା ଓ ଦୁର୍ଘଟଣା

ଭୁଜାଲି ଦେଖାଇ ବ୍ୟବସାୟୀଙ୍କଠୁ ଲୁଟ୍‌

By Angul TV Bureau

November 13, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନାର ନନ୍ଦିରା ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀ ଲୁଟର ସମ୍ମୁଖୀନ ହୋଇଛନ୍ତି। ଦୁର୍ବୃତ୍ତ ଭୁଜାଲି ମୁନରେ ଭୟଭୀତ କରାଇ ଜଣେ ବ୍ୟବସାୟୀଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ହେଲେ ହେମନ୍ତ କୁମାର ଦାଶ । ସେ ନନ୍ଦିରା କଲୋନୀରେ ରହୁଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ସେ ବାଇକ୍‌ରେ ତାଳଚେର ଏଲ୍‌ଆଇସି ଅଫିସ୍‌କୁ ଯାଉଥିଲେ । ନନ୍ଦିରା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ବାଟ ଓଗାଳିଥିଲା। ବେକରେ ଭୁଜାଲି ଲଗାଇବା ସହ ପାଖରେ ଯାହା ଅଛି ଦେବାକୁ ଧମକାଇଥିଲା। ଏମିତିକି ତାଙ୍କୁ ପିଟାମରା ବି କରିଥିଲା। ଦୁର୍ବ ତାଙ୍କ ପକେଟ୍‌ରେ ଥିବା ୧୨ ହଜାର ଟଙ୍କା, ସମସ୍ତ ଏଲ୍‌ଆଇସି କାଗଜପତ୍ର ଧରି ଚମ୍ପଟ ମାରିଥିଲା। ଏନେଇ ଶ୍ରୀ ଦାଶ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ କେସ ରୁଜୁ କରି ତଦନ୍ତ ଚଳାଇଛି।