ଅନ୍ୟାନ୍ୟ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

January 07, 2022

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ବାରା ଗୁରୁବାର ଅନୁଗୁଳ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟରେ ବସଲା ଉଚ୍ଚ ବିଦ୍ୟାଳୟ, ଛେଳିଆପଡା ଉଚ୍ଚ ବିଦ୍ୟାଳୟ, ବେନ୍ତପୁର ଉଚ୍ଚ ବିଦ୍ୟାଳୟ ଓ ଖଣ୍ଡହତା ସ୍ଥିତ ଆଦର୍ଶ ବିଦ୍ୟାଳୟର ଉନ୍ନତିକରଣ ଓ ସମ୍ପ୍ରସାରଣ ନିମନ୍ତେ ଭୂମି ପୂଜା କରାଯାଇଛି। ଏଥିସହ କଲେଇପଦା-ଶ୍ରୀରାମପୁର ରାସ୍ତାରେ ରୁକୁଣା ନାଳ ଉପରେ(୨ କୋଟି ୨୪ ଲକ୍ଷ) ଓ ଖିଣ୍ଡା-ଜାମୁଣ୍ଡା ରାସ୍ତାରେ ରୁକୁଣା ନାଳ ଉପରେ(୨ କୋଟି ୧୦ ଲକ୍ଷ) ବ୍ୟୟରେ ନିର୍ମାଣ ହେବାକ ଥିବା ପୋଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଶ୍ରୀ ସିଂହ। ଏତଦ୍ ବ୍ୟତୀତ ବସଲା ଗାଁରେ ମିଶନ ଶକ୍ତି ଗୃହ ଓ ବସଲା ଖେଳ ପଡ଼ିଆ ଠାରେ ଆମ ଗାଁ ଆମ ବିକାଶ ଗୋଷ୍ଠି କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତିବାଳା ନାୟକ, ରୁବି ସାହୁ, ହାଡ଼ିବନ୍ଧୁ ଦେହୁରୀ, ବିଜେଡି ନେତା ଅରୁଣାଭ ସିଂହ, ଭାଗିରଥି ମାଝୀ, ଦୁଯ୍ୟୋଧନ ସାହୁ, ପ୍ରିୟଦର୍ଶୀ ପଟ୍ଟନାୟକ, ସରୋଜ ନାରାୟଣ ସାହୁ, ରାକେଶ ନନ୍ଦ, ସୁକାନ୍ତ ଦାସ, ନାରଣ ସାହୁ, ସୁଶାନ୍ତ ମାଝୀ, ବିଜୟ ବେହେରା, ବେଣୁଧର ବେହେରା, ଗତିକୃଷ୍ଣ ମହାପାତ୍ର, ଗୀତା ସାହୁ, ଉମେଶ ସାହୁ, ପ୍ରଫୁଲ୍ଲ ପ୍ରଧାନ, ସ୍ୱପ୍ନା ମହାପାତ୍ର, ଚନ୍ଦନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।