ଅନ୍ୟାନ୍ୟ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

January 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟ, ତୁଳସୀପାଳ ଉଚ୍ଚ ବିଦ୍ୟାଳୟ ଓ କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ଓ ସମ୍ପ୍ରସାରଣ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ ହେଇଯାଇଛି। ଏଥି ସହିତ ଖମାର – ବୋଉଳିଗଡ଼ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ନିମନ୍ତେ ୪ କୋଟି ୧୦ ଲକ୍ଷ ବ୍ୟୟ ଅଟକଳରେ ଓ ଫୁଲପଡା-ତଳମୂଳ ରାସ୍ତାରେ ୪ କୋଟି ୫୧ ଲକ୍ଷ ବ୍ୟୟ ଅଟକଳରେ ଉନ୍ନତିକରଣ ଓ ପ୍ରଶସ୍ତିକରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଭୂମି ପୂଜନ ଉତ୍ସବ ଶ୍ରୀ ସିଂହଙ୍କ ଦ୍ବାରା କରାଯାଇଛି। କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ବଅଁରପାଳ ବିଜେଡି ନେତା ବିଜୟ କୁମାର ନାଥ, ଅରୁଣାଭ ସିଂହ, ସୁବାଷ ପଟ୍ଟନାୟକ, ମଞ୍ଜୁଲତା ସାହୁ, ଶେସଦେବ ବେହେରା, ନିର୍ମଳ ସାହୁ, ନିର୍ମଳ ଗଡ଼ନାୟକ, ଉଛବ ଦେହୁରୀ, ବାଉରୀ ବନ୍ଧୁ ସାହୁ, ପ୍ରସନ୍ନ ବିଶ୍ୱାଳ, ଶେସଦେବ ଦେହୁରୀ, ଦୀପକ ସିଂହ, ଜିତୁ ଜେନା, ଟୁଟୁ ଗଡ଼ନାଏକ, ବିରେନ ଦାସ, ରାଜକିଶୋର ଗଡ଼ନାୟକ, ରବି ବେହେରା, ନାରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।