ଘଟଣା ଓ ଦୁର୍ଘଟଣା

ସାଇକଲ ଚୋର ଗିରଫ

By Angul TV Bureau

June 06, 2022

ଅନୁଗୁଳ: ଅନୁଗୁଳ ବଜାରର ଏକ ସାଇକଲ ଦୋକାନରୁ ରବିବାର ସକାଳେ ସାଇକେଲ ଚୋରି କରିନେଇ ପଳାଉଥିବା ଏକ ଚୋରକୁ ସ୍ଥାନୀୟ ଲୋକ ଧରି ଅନୁଗୁଳ ପୁଲିସକୁ ଜିମା ଦେଇଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ସାଇକଲ ଷ୍ଟୋର ନାମକ ଏକ ଦୋକାନରୁ ଅଭିଯୁକ୍ତ ଜଣକ ସାଇକଲ ମରାମତି ପାଇଁ ଆସିଥିବା ଏକ ସାଇକଲକୁ ଧରି ପଳାଉଥିବା ଦୋକାନୀ ଦେଖିବାକୁ ପାଇଥିଲେ। ତାର ପିଛା କରି ସାଇକଲ ଚୋରକୁ ଧରିବା ପରେ ଥାନାକୁ ଖବର ଦେଇଥିଲେ । ଅନୁଗୁଳ ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଆଣି ପଚାରଉଚୁରା ପରେ ଅଭିଯୁକ୍ତର ନାମ ସୁଧୀର ବିଶ୍ବାଳ ବୋଲି ଜଣାପଡିଥିଲା । ସୁଧାରର ଘର ରାଣୀଗୋଡ଼ା ଗ୍ରାମରେ । ତାକୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।