ମୁଖ୍ୟ ଖବର

ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି! ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

By Biswaranjan Pattnaik

August 16, 2024

ଭୁବନେଶ୍ବର: ମହିଳାଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର। ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି। ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି। ଏହି ନୀତି ଅନୁଯାୟୀ, ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗରୁ ଏଥିପାଇଁ ଜମା ଛୁଟି ନଥିଲା କିନ୍ତୁ ଏବେ ଛୁଟି ମିଳିବ। ଏହା ସଂପୂର୍ଣ୍ଣ ରୂପେ ବିକଳ୍ପିକ, ଅର୍ଥାତ୍ ମହିଳାଙ୍କ ଉପରେ ନିର୍ଭର କରିବ । ଋତୁସ୍ରାବ ପୀଡା କଷ୍ଟ ଦୂର ପାଇଁ ଋତୁସ୍ରାବ ଦିନ କିମ୍ବା ଦ୍ବିତୀୟ ଦିନ, ଯେ କୌଣସି ଗୋଟିଏ ଦିନ ସେମାନେ ଛୁଟି ନେଇପାରିବେ। ତେବେ ପ୍ରଥମେ ଏହା କେବଳ ସରକାରୀ ମହିଳାଙ୍କ ପାଇଁ ହୋଇଥିବା ବେଳେ ଘରୋଇ କ୍ଷେତ୍ରରେ ମହିଳାମାନେ ମଧ୍ୟ ଏହି ସୁଯୋଗ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।