ଅନୁଗୁଳ: ରାସ୍ତା କଡରେ ଠିଆ ହୋଇ ପିଲା ଜଣେ ବିକ୍ରି କରୁଛି ଗୁପଚୁପ।ତାକୁ ଘେରି ଠିଆ ହୋଇଛନ୍ତି ସାତ ଆଠ ଜଣ ଗ୍ରାହକ। ଗୁପଚୁପ ବିକାଳୀ ଜଣକ କ୍ଲକୱାଇଜ ଗୁପଚୁପ ବଢ଼ାଇ ଦଉଚି ଜଣକ ପରେ ଜଣକୁ। ଏହି ସମୟରେ ଆଉ ଜଣେ ଗ୍ରାହକ ଆସି ପହଁଚିଲେ। ଗ୍ରାହକ ଜଣକ ବିକାଳୀର ବେଶ ଜଣାଶୁଣା ଲାଗୁଥିଲା। ସାତ ଜଣଙ୍କର ପାଳି ବନ୍ଦ କରି ବିକାଳୀ ଜଣକ ଉକ୍ତ ଗ୍ରାହକଙ୍କୁ ଏକ ବଡ ଜରିରେ ପ୍ରାୟ ୫୦୦ ଟଙ୍କାର ଗୁପଚୁପ ବଢାଇଦେଲା।ଏଣେ ଡେରି ହେଉଥିବାରୁ ଅନ୍ୟ ଗ୍ରାହକ ମାନେ ବିରକ୍ତ ହେଉଥାନ୍ତି। ଏହା ଦେଖି ବିକାଳୀ ଜଣକ କହିଲା ଆଜ୍ଞା, ୟେ ମୋର ବଡ ଗରାଖ, ସାମନାରେ ଯେଉଁ ଫୋର ଷ୍ଟାର ହୋଟେଲ ଦେଖୁଛନ୍ତି ସେଠିକାର ପାର୍ଟି ପାଇଁ ମୋଠୁ ମାଲ ଯାଉଛି। ଆପଣ ଏଠି ଦଶ ଟଙ୍କାରେ ପାଞ୍ଚଟି ଗୁପଚୁପ ପାଉଛନ୍ତି,ଏଇ ମାଲ ସେଠି ଦଶ ଟଙ୍କାରେ ଦୁଇଟି ମିଳିବ। ଅବି ବାହାଘର ସିଜନ ବଡ ଗ୍ରାହକଙ୍କୁ ଛାଡ଼ି ହେବ ? ଅନ୍ୟ ଗ୍ରାହକ ମାନେ ଚୁପଚାପ ସେ ଜାଗା ଛାଡି ପଳାଇଲେ।