ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ନିକଟ ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି। ହର ପାର୍ବତୀଙ୍କ ନୂତନ ମୂର୍ତ୍ତି ମଥୁରାରୁ ଅଣାଯାଇ ହୋମ ଯଜ୍ଞ କରାଯାଇଥିଲା। ମୁଖ୍ୟ ପୁରୋହିତ ଗଙ୍ଗାଧର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏ ଅବସରରେ ଆଖ ପାଖ ଗ୍ରାମର ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିଥିଲେ ଓ ପରେ ପ୍ରସାଦ ସେବନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ବୀରବର ମହାପାତ୍ର, ସମ୍ପାଦକ କିଶୋରୀ ମହାପାତ୍ର, କୁମୁଦ ଚରଣ ସାହୁ, ମଝିକା ଗ୍ରାମ ସଭାପତି ଦ୍ୱାରି ପ୍ରଧାନ ଉପସ୍ଥିତ ଥିଲେ।