ଅନ୍ୟାନ୍ୟ

ବିଜିଗୋଳ ଟିକା କେନ୍ଦ୍ରରେ ସାମାଜିକ ଦୂରତା ଫୁ..

By Angul TV Bureau

August 29, 2021

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ପରିସରରେ ଥିବା ଭାରତ ନିର୍ମାଣ ରାଜିବଗାନ୍ଧୀ ସେବାକେନ୍ଦ୍ର ଠାରେ ଶନିବାର କୋଭଡି ଟିକା ଦାନ ଅଭିଯାନ ଚାଲିଥିଲା ପ୍ରଥମ ଓ ଦ୍ଵିତୀୟ ଡୋଜ୍ ଟିକା ନେବା ପାଇଁ ଉଭୟେ ଅନ୍‌ଲାଇନ୍ ଓ ଅଫ୍ ଲାଇନ୍‌ରେ ଆବେଦନ କରିଥିବା ଲୋକଙ୍କ ମଧ୍ୟରେ ଶନିବାର ପୂର୍ବାହ୍ନରେ ପ୍ରବଳ ଗହିଳି ଲାଗି ରହିଥିଲା । ଏପରିକି ସଂପୃକ୍ତ କେନ୍ଦ୍ରରେ ସାମାଜିକ ଦୂରତାର ଧଜିଆ ଉଡିଥିଲା ବେଳେ ଏକାଧିକ ଲୋକଙ୍କ ମୁହଁରେ ନଥିଲା ମାସ୍କ । କଣିହାଁ ବ୍ଲକ୍‌ର ସମସ୍ତ ଟିକାଦାନ କେନ୍ଦ୍ରରେ ଏଭଳି ବିକଟାଳ ଦୃଶ୍ୟର ସମାନ୍ତରାଳ ସ୍ଥିତି ଦୃଶ୍ୟମାନ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନିଘାନାହିଁ । ଖୋଦ ସାଧାରଣ ଜନତା ଚେତୁ ନଥିବା ବେଳେ କେନ୍ଦ୍ର ଗୁଡିକରେ ଏଭଳି ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଆଡଆଖିରେ ସ୍ଥାନୀୟ ପ୍ରଶାସନ ବୋଲି ସାଧାରଣରେ ମତପ୍ରକାଶ ପାଇଛି । କରୋନା ମହାମାରୀକୁ ପ୍ରତିହତ କରିବାର ସଂକଳ୍ପ ଓ ମହତ ଉଦ୍ଦେଶ୍ୟ ରଖି ଏହି ଟିକାକରଣ ଅଭିଯାନ ଜାରୀ ରହିଛି । ସମସ୍ତ କେନ୍ଦ୍ର ଗୁଡିକରେ ସାମାଜିକ ଦରତାକୁ ଫୁ କରାଯାଉଛି, ଫଳରେ ଏହା ଆଗାମୀ ଦିନରେ କରୋନା ମହାମାରୀ ସଂକ୍ରମଣ ରୋକିବା ପରିବର୍ତେ ବୃଦ୍ଧିରେ ବେଶ୍ ସହାୟକ ହେବାକୁ ଏଡାଯାଇନପାରେ । ଏଥିପ୍ରତି ସ୍ଥାନୀୟ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।