ଅନ୍ୟାନ୍ୟ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ

By Angul TV Bureau

April 17, 2022

ଅନୁଗୁଳ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ। ରାଜ୍ୟ ଯୁଗ୍ମ ଯୁବ ବିଜେଡି ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ନେତୃତ୍ୱ ତଥା ଗନପତ କ୍ଲବ ସହଯୋଗରେ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ ରାଣୀଗୁଡା ସ୍ଥିତ ସାଇ ମନ୍ଦିରରେ ଦୀପ ଦାନ କରାଯାଇଥିଲା। ତା’ ପରେ ବିଜୁ ମଇଦାନ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଲୋକଙ୍କୁ ସରବତ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଟାମଡ଼ାର ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅନୀଲ ଭୂୟାଁ, ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ, ଲିବୁନ ଜେନା, ରବୀନ୍ଦ୍ର ସାହୁ, ବିଶ୍ୱଜିତ ପ୍ରଧାନ, ଲିପୁନ ସାହୁ, କଲ୍ଲୋଳ ପ୍ରଧାନ, ଅଭୟ ସାହୁ, ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।