ଅନ୍ୟାନ୍ୟ

ବିଜୁ ଛାତ୍ର ଜନତାଦଳର ବୈଠକ

By Angul TV Bureau

September 19, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ବିଜୁ ଛାତ୍ର ଜନତା ଦଳର ଏକ ବୈଠକ ରବିବାର ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ତାଳଚେର ନଗର ସଭାପତି ଆସିଫ୍ ଖାନ୍ ବିଜୁ ଯୁବଜନତା ଦଳର ପୌର ସଭାପତି ସୁଧୀର ସାମନ୍ତ ଜିଲ୍ଲା ବିଜୁ ଛାତ୍ର ଉପସଭାପତି କିଶୋର ମିଶ୍ର ପୌର ଛାତ୍ର ସଭାପତି ସଫିକ୍ ଖାନ୍ ଡିଜିଟାଲ ସେକ୍ରେଟାରୀ ଆକାଶ ମହାପାତ୍ର ଏବଂ ପ୍ରତ୍ୟେକ ୱାଡ଼ରୁ ଆସିଥିବା ଛାତ୍ର ଭାଇ ମାନେ ଉପସ୍ଥିତ ଥିଲେ। ଆଗମୀ ଦିନରେ ପ୍ରତ୍ୟେକ ୱାର୍ଡରେ ଦଳକୁ କିପରି ଆହୁରି ମଜବୁତ୍ କରିବା ଏବଂ ଲୋକଙ୍କ ମୌଳିକ ଅସୁବିଧା କିପରି ଦୁର କରି ଆଗାମୀ ପୌର ନିର୍ବାଚନରେ ସମସ୍ତ ୨୧ ଗୋଟି ୱାର୍ଡରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ବୈଠକରେ ଆଲୋଚନା ହୋଇଥିଲା।