କ୍ରୀଡ଼ା

‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌‘ବିକାଶ ମେଳା’ ଲାଗି ଫୁଟବଲ ପ୍ରତିଯୋଗିତା, ଆଠମଲ୍ଲିକ ଚାମ୍ପିୟନ୍‌

By Biswaranjan Pattnaik

June 17, 2025

ଅନୁଗୁଳ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ବିକାଶ ମେଳାର ଅଂଶ ଭାବରେ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ଖେଳ ପଡ଼ିଆ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ, ତାଳଚେର, ପାଳଲହଡ଼ା ଓ ଆଠମଲ୍ଲିକ ଉପଖଣ୍ଡ କ୍ରୀଡ଼ା ସଂସଦର ଫୁଟବଲ ଦଳ ଭାଗ ନେଇଥିଲେ। ଫାଇନାଲ୍‌ରେ ଟାଇବ୍ରେକର ପଦ୍ଧତିରେ ୪-୨ ଗୋଲରେ ତାଳଚେର ଦଳକୁ ପରାସ୍ତ କରି ଆଠମଲ୍ଲିକ ଚାମ୍ପିୟନ୍‌ ହୋଇଛି। ଅନୁଗୁଳ କ୍ରୀଡ଼ା ସଂସଦର ସମ୍ପାଦକ ଡ.ଗୌର ଗୋବିନ୍ଦ ସାମନ୍ତ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠଖେଳକୁ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ କ୍ରୀଡ଼ା ସଂସଦର କର୍ମକର୍ତ୍ତା ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସାହୁ, ରୁଚିର କୁମାର ଦାସ, ପ୍ରଦୀପ କୁମାର ଦେବତା, ଅଭୟ କୁମାର ନାଏକ, ନରେନ୍ଦ୍ର କୁମାର ଭୁକ୍ତା, ନୀଳମଣି ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ରେଫରି ଦାୟିତ୍ବ ତୁଲାଇଥିଲେ ଆଲୋକ କୁମାର ଦେହୁରୀ, ବଳରାମ ସାଏ,ଧନେଶ୍ବର ସର୍ଦ୍ଦାର, ଦିଲ୍ଲୀପ କୁମାର ମହାନ୍ତି।