ଘଟଣା ଓ ଦୁର୍ଘଟଣା

ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

By Biswaranjan Pattnaik

July 13, 2024

ଅନୁଗୁଳ: ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର କନ୍ଦର୍ପ ବାରିକଙ୍କ ପୁଅ ରାଜେଶ ବାରିକ (୨୭)।

ସୂଚନା ମୁତାବକ, ଶୁକ୍ରବାର ରାତି ସାଢ଼େ ୮ଟାରେ ରାଜେଶ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଆମ୍ବପାଳ ନିକଟରେ ଦୁଇଟି ଷଣ୍ଢ ମାଡ଼ ଗୋଳ ହେଉଥିଲେ। ରାଜେଶ ସେଇ ବାଟ ଦେଇ ଆସୁଥିବା ସମୟରେ ଷଣ୍ଢଟି ଅତର୍କିତ ଭାବେ ପଶି ଆସିବାରୁ ସେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ପଛ ମୁଣ୍ଡ ମାଡ଼ ହୋଇଥିଲା। ତୁରନ୍ତ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।