ଘଟଣା ଓ ଦୁର୍ଘଟଣା

ବାଇକ୍ ପୋଡ଼ି, ଯୁବକ ଗିରଫ

By Biswaranjan Pattnaik

June 05, 2021

ଅନୁଗୁଳ: ଜମିଜମା ବିବାଦରୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷଙ୍କ ଗାଡ଼ି ପୋଡ଼ିଦେବା ଅଭିଯୋଗରେ ନାଲ୍‌କୋ ଥାନା କନ୍ୟାବେଡ଼ା ଗ୍ରାମର ମୁନା ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ପୁଲିସ ସୂଚନା ମୁତାବକ, ସତ୍ୟଭାମା ରାଏଙ୍କ ସହ ମୁନା ବେହେରାଙ୍କର ଜମିବାଡ଼ି ସମ୍ବନ୍ଧୀୟ ପାଟିତୁଣ୍ଡ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ମୁନା ସଭ୍ୟଭାମାଙ୍କ ଘର ଆଗରେ ଥିବା ବାଇକ୍‌ରେ ବୁଧବାର ଦିନ ନିଆଁ ଲଗାଇ ଦେଇଥିଲେ ବୋଲି ସେହିଦିନ ଥାନାରେ ଏତଲା ହୋଇଥିଲା। ସତ୍ୟଭାମା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ରୁଜୁ କରି ତଦନ୍ତ ଚଳାଇଥିଲା।