ଘଟଣା ଓ ଦୁର୍ଘଟଣା

ସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

By Angul TV Bureau

April 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝରାବେରେଣୀ ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଅନ୍ୟପଟେ ସ୍କୁଲ ବସ୍ ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଏକ ସ୍କୁଲ ବସ୍ ଝରାବେରେଣୀ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ଛାଡ଼ି କିଶୋରନଗର ଫେରୁଥିବା ବେଳେ ସାମ୍ନାରୁ ଦ୍ରୁତ ଗତିରେ ଆସି ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ କିଶୋରନଗର ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।