ମୁଖ୍ୟ ଖବର

ଗଛରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

By Angul TV Bureau

September 01, 2026

ଅନୁଗୋଳ: ନାଲକୋ କଲୋନୀ ଭିତରେ ଭାରସାମ୍ୟ ହରାଇ ଏକ ଗଛରେ ବାଇକ ପିଟି ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗିରାଙ୍ଗ ଗ୍ରାମର ଅନନ୍ତ ନାଏକ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧ଟା ସମୟରେ ଅନନ୍ତ ଓ ତାଙ୍କ ଜଣେ ବନ୍ଧୁ ବାଇକ ଯୋଗେ ଯାଉଥିଲେ। ନାଲକୋ କଲୋନୀସ୍ଥିତ ମେଡିକାଲ ପଛପାର୍ଶ୍ୱ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ଜୋରରେ ଧକ୍କା ଦେଇଥିଲା। ଫଳରେ ଉଭୟ ଆରୋହୀ ତଳେ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନାଲକୋ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନାଲକୋ ମେଡିକାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଅନନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୁରୁତର ଆହତ ଅନ୍ୟ ଜଣେ ଯୁବକଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।