ଘଟଣା ଓ ଦୁର୍ଘଟଣା

କାରକୁ ଧକ୍କା ଦେଇ ଟ୍ରକରେ ପିଟି ହେଲା ବାଇକ୍, ୫ ଆହତ

By Angul TV Bureau

January 09, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଧୀନ ମାଧିଆମୁଣ୍ଡା ନିକଟରେ ଆଜି ଅପରାହ୍ନରେ କାର, ବାଇକ ଓ ଟ୍ରକ ଏକା ସାଙ୍ଗେ ଧକ୍କା ହେବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିମି ଥାନା କନ୍ତାମିଲା ଗ୍ରାମର ଚିକୁନ ବେହେରା(୧୫) ଓ ପ୍ରଦୀପ ବେହେରା(୧୬) ଉଭୟ ଏକ ବାଇକ (ଓଡ଼ି ୧୯ଭି ୪୦୯୦) ରେ ସାତମାଇଲ ପାର୍ଶ୍ୱରୁ ମହୀଧରପୁର ଆଡ଼କୁ ଆସୁଥିଲେ। ସେହି ପଟୁ ଭୁବନେଶ୍ୱରରୁ ସାତମାଇଲ ଦେଇ ଚାଳକ ରମାକାନ୍ତ ବେହେରା, ତ୍ରିପୁର ସାହୁ, ଅରୁ ସାହୁ କାର (ଓଆର ୦୨ବିବି ୮୦୧୦)ରେ ଅନୁଗୁଳ ଫେରୁଥିଲେ। ସେହି ସମୟରେ ବାଇକଟି କାରକୁ କଡ଼ରୁ ଧକ୍କା ଦେଇଥିଲା। ଫଳରେ ବାଇକଟି ମହୀଧରପୁର ପାର୍ଶ୍ୱରୁ ଆସୁଥିବା ଟିପର ସହ ଧକ୍କା ହୋଇଥିଲା। ଫଳରେ କାରରେ ଯାଉଥିବା ତିନି ଜଣ ଓ ବାଇକରେ ଯାଉଥିବା ଦୁଇ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମହୀଧରପୁର ଫାଣ୍ଡି ପୋଲିସ ସମସ୍ତ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।