ଘଟଣା ଓ ଦୁର୍ଘଟଣା

ଅନ୍ଧାରରେ ହାତୀକୁ ପିଟିଲା ବାଇକ୍, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

By Angul TV Bureau

June 07, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଲବଙ୍ଗି ଗ୍ରାମରେ ଗୁରୁବାର ରାତିରେ ହାତୀ ସାମ୍ନାକୁ ଆସିଯିବାରୁ ବାଇକରୁ ପଡ଼ିହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଲବଙ୍ଗି ଗ୍ରାମର ଦୁଇଜଣ ବ୍ୟକ୍ତି ମିଲୁ ଜାନି ଏବଂ ଗିରୀଶ ଜାନି ଏକ ବାଇକ୍ ଯୋଗେ ତଳସିରା ଗ୍ରାମକୁ ରାସନ ଜିନିଷ କିଣିବା ପାଇଁ ଆସି ଫେରୁଥିଲେ। ଏହି ସମୟରେ ରାସ୍ତା ଉପରେ ହାତୀ ଠିଆ ହୋଇଥିବା ନେଇ ସେମାନେ ଜାଣି ପାରି ନଥିଲେ ଓ ବାଇକଟି ହାତୀ ସହ ଧକ୍କା ହୋଇଥିଲା।

ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ହୋଇ ରକ୍ତାକ୍ତ ଅବସ୍ଥାରେ ଗିରୀଶ ଜାନି ଗାଁକୁ ଦୌଡ଼ି ଯାଇ ଖବର ଦେବାରୁ ଗ୍ରାମବାସୀ ଆସି ମିଲୁକୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଲୁଙ୍କର ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଗିରୀଶ ଟିକେ ସୁସ୍ଥ ଅଛନ୍ତି।