ଘଟଣା ଓ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିକା ସଂସ୍ଥା ଲୋଡର ଧକ୍କାରେ ବାଇକ ଆରୋହୀ ମୃତ

By Angul TV Bureau

May 12, 2026

ଅନୁଗୁଳ: ୧୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ମଙ୍ଗଳବାର ଅପରାହ୍ନରେ ପାଳଲହଡ଼ା ଥାନା ଅନ୍ତର୍ଗତ ଝିମିରିପାଲି ନୁଡ଼େଇ ପୋଲ ନିକଟରେ ଏକ ଠିକା ସଂସ୍ଥାର ଲୋଡର ମେସିନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ବାବୁରେଙ୍ଗାଳି ଗ୍ରାମର ଦେବାନନ୍ଦ ହେସା।

ସୂଚନା ଅନୁଯାୟୀ, ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳ ଲାଇନ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲୋଡର ମେସିନ ସହ ଦେବାନନ୍ଦଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପାଳଲହଡ଼ା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପାଳଲହଡ଼ା ତହସିଲଦାର ଆକାଂକ୍ଷା ମହାପାତ୍ର ଏବଂ ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାଡ଼ିର ବେପରୁଆ ଚାଳନା ଯୋଗୁଁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।