ମୁଖ୍ୟ ଖବର

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

By Angul TV Bureau

January 29, 2024

ତାଳଚେର: ସ୍ଥାନୀୟ ତାଳଚେରର ବାଙ୍କଧରା ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ତାଳଚେର ସମଲ ଅଞ୍ଚଳର ହେମନ୍ତ ଅମାନ୍ତ।

ସୂଚନା ଅନୁଯାୟୀ, ହେମନ୍ତ ଥର୍ମାଲ ହାଟରୁ ପାନ ବେପାର ସାରି ନିଜ ଗାଁ ସମଲ ବିକିସରକୁ ଫେରୁଥିବା ବେଳେ ବାଙ୍କଧାରା ଛକ ଠାରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଏହି ରାସ୍ତାରେ ଶହଶହ କୋଇଲା ଟ୍ରକ ଯାତାୟାତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ଏ ନେଇ ପଦକ୍ଷେପ ଗ୍ରହଣ ନ କରିବାରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି।