ଘଟଣା ଓ ଦୁର୍ଘଟଣା

ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ଯୁବକ ମୃତ

By Angul TV Bureau

February 09, 2025

ଅନୁଗୁଳ: ଅନୁଗୁଳ ନିକଟସ୍ଥ ଚଣ୍ଡୀବଜାର ଠାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବାଇକ ଆରୋହୀ ହେଲେ କାଣ୍ଡସର ଅଞ୍ଚଳର ସିତୁନ ବାରିକ (୨୦)।

ସୂଚନା ମୁତାବକ, ଚଣ୍ଡୀବଜାର ଆଡ଼ୁ ଏକ ବାଇକ ଯୋଗେ ସିତୁନ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ଦୁଇଜଣ ବ୍ୟକ୍ତିଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସେ ବାଇକକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।