ମୁଖ୍ୟ ଖବର

ଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

By Biswaranjan Pattnaik

September 21, 2023

ଅନୁଗୁଳ: ଗୁରୁବାର ଅପରାହ୍ନରେ ସନ୍ତ୍ରୀ ଛକ ଠାରେ ବାଇକ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଏକ ବାଇକ୍ ବଅଁରପାଳ ଆଡକୁ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଚାଳକଙ୍କ ସହ ବାଇକଟି ଟ୍ରକ୍ ଚକା ତଳେ ପଡି ଯାଇଥିଲା। ଏଥିରେ ଚାଳକଙ୍କର ଅଧିକ କିଛି କ୍ଷୟକ୍ଷତି ହୋଇ ନାହିଁ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି।