ଘଟଣା ଓ ଦୁର୍ଘଟଣା

ଜିନ୍ଦଲ ଗେଟ୍ ସମ୍ମୁଖରୁ ବାଇକ୍ ଚୋରି, ଥାନାରେ ଅଭିଯୋଗ

By Angul TV Bureau

September 28, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନ ଜିନ୍ଦଲ ଷ୍ଟିଲ ଗେଟ୍ ସମ୍ମୁଖରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକାରୀ ତୋଫାନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ସେ ତାଙ୍କ HF Deluxe ବାଇକ୍ ( OD-19C-5572) ଜିନ୍ଦଲ ଷ୍ଟିଲ ଗେଟ୍ ସମ୍ମୁଖରେ ରଖିଥିଲେ। ସନ୍ଧ୍ୟା ୫ଟାରେ କାମ ସାରି ବାହାରକୁ ଆସି ଦେଖିବା ବେଳକୁ ବାଇକ୍‌ଟି ସେଠାରୁ ଚୋରି ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପତ୍ତା ନ ମିଳିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।