ଘଟଣା ଓ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍ ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

By Angul TV Bureau

June 18, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବାପାଙ୍କର ଦେହ ଖରାପ ଥିବାରୁ ପୋକତୁଙ୍ଗା ଗ୍ରାମର ପ୍ରଶାନ୍ତ କୁମାର ନାୟକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ପ୍ରଶାନ୍ତ ଘରୁ ପ୍ୟାସନ ପ୍ଲସ୍ ବାଇକ(OD 35 A 7987) ଯୋଗେ ଖାଦ୍ୟ ଓ ପାନୀୟ ନେଇ ଯାଇଥିଲେ। ସେ ଚିକିତ୍ସାଳୟ ପରିସରରେ ଥିବା ପାର୍କିଂ ସ୍ଥାନରେ ଗାଡି ରଖି ହସ୍ପିଟାଲ ଭିତରକୁ ଯାଇଥିଲେ। କାମ ସାରି ଫେରି ଦେଖିଲା ବେଳକୁ ପାର୍କିଂରେ ତାଙ୍କ ବାଇକ ନଥିଲା। ସେ ଚିକିତ୍ସାଳୟ ପରିସରରେ ଖୋଜା ଖୋଜି କରି ନିରାଶ ହେବା ପରେ ଥାନା ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳମାଳ ସୁରକ୍ଷା ବ୍ୟବସ୍ଥା ଥିଲେ ବି ଲୋକେ ହଇରାଣ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।