ଘଟଣା ଓ ଦୁର୍ଘଟଣା

ପୁରୁଣା ବସଷ୍ଟାଣ୍ଡରୁ ବାଇକ୍ ଚୋରି, ତେଲ ନଥିବାରୁ ଆଉ ଏକ ବାଇକ୍ ଧରି ଛୁ’ ମାରିଲା ଚୋର

By Angul TV Bureau

December 06, 2025

ଅନୁଗୁଳ : ଗୁରୁବାର ରାତିରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ବାଇକରେ ତେଲ ନଥିବାରୁ ଜାଣିବା ପରେ ଚୋର ଆଉ ଏକ ବାଇକ୍ ଧରି ଛୁ ମାରିଛି।

ସୂଚନା ମୁତାବକ, ଷ୍ଟାଣ୍ଡରେ ଶୀତ ବସ୍ତ୍ର ବିକୁଥିବା ମନୋରଞ୍ଜନ ଜେନା ତାଙ୍କ ଗ୍ଲାମର ବାଇକ୍ (ଓଡି ୧୯ ଏଚ୍ ୦୮୪୬) କୁ ରାତି ପ୍ରାୟ ଆଠଟା ବେଳକୁ ଦୋକାନ ଆଗରେ ରଖିଥିଲେ। ତେବେ ରାତି ସାଢ଼େ ୯ଟା ବେଳକୁ ତାଙ୍କ ବାଇକକୁ କେହି ନେଇଯାଇଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜା ଖୋଜି ପରେ ନପାଇବାରୁ ମନୋରଞ୍ଜନ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଚୋରି ବାଇକରେ ତେଲ ନଥିବାରୁ ଚୋର ତାକୁ ଚର୍ଚ୍ଚ ପାଖରେ ଛାଡ଼ି ଆଉ ଜଣଙ୍କ ଗାଡ଼ି ନେଇ ପଳାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।