ଘଟଣା ଓ ଦୁର୍ଘଟଣା

ବାଇକ୍ ଚୋରି ଅଭିଯୋଗ

By Swagatika Samantray

October 17, 2022

ଅନୁଗୁଳ: ଅନୁଗୁଳ ଜିଲ୍ଶ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ସେଣ୍ଟ୍ରାଲ ମାର୍କେଟ ନିକଟରୁ ଶନିବାର ରାତିରେ ଏକ ବାଇକ୍ ଚୋରି ହୋଇଛି।

ସୂଚନା ଯେ, କୁଲାଡ଼ ଗାଁର ମହେଶ୍ବର ସାହୁ(୨୧) ଶନିବାର ରତିରେ ସେଣ୍ଟ୍ରାଲ ମାର୍କେଟକୁ ରାତିରେ ସଉଦା କିଣିବାକୁ ଯାଇଥିଲେ। ସେଠାରେ ସେ ବାଇକ୍(ଓଡି-୩୫ବି-୩୭୧୦)କୁ ଏକ ଦୋକାନ ସାମ୍ନାରେ ରଖିଥିଲେ। ସଉଦା କିଣି ଫେରିଲା ବେଳେ ସେଠାରେ ବାଇକ୍ଟି ନଥିଲା। ଏ ନେଇ ମହେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।