ଘଟଣା ଓ ଦୁର୍ଘଟଣା

ବାଇକ୍ ଚୋର ଗିରଫ

By Swagatika Samantray

June 28, 2022

ଅନୁଗୁଳ: ଅନୁଗୁଳ ସଦର ପୁଲିସ ମଙ୍ଗଳବାର ବାଇକ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ଗତ ମେ ୩୦ ତାରିଖ ରାତିରେ କୁଇଓ ଗାଁର ସୁରେନ୍ଦ୍ର ଦେହୁରୀଙ୍କ ଘରୁ ଏକ ବାଇକ୍(ଓଡି୧୯ଇ-୮୩୬୭) ଚୋରି ହୋଇଥିଲା। ଏ ନେଇ ସୁରେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଗଟଣାର ତଦନ୍ତ କରୁଥିଲା। ମଙ୍ଗଳବାର ପୁଲିସ ଅନୁଗୁଳ ଅମଲାପଡ଼ାରେ ରହୁଥିବା ସେକ୍ ଅନିଶ(୨୩)ଙ୍କୁ ଗିରଫକରିବାସହ ବାଇକ୍‌କୁ ଉଦ୍ଧାର କରିଛି। ଅନିଶଙ୍କ ନାମରେ ୨୦୧୩ରୁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୧୨/୧୩ଟି ମାମଲା ରହିଛି। ଉଦ୍ଧାର ବାଇକ୍‌କୁ ସୁରେନ୍ଦ୍ରଙ୍କୁ ହସ୍ତାନ୍ତର କରାଯାଇଛି।