ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ବାଇପାସ୍ରେ ଏକ ଦ୍ରୁତଗାମୀ କାର୍ (OD 02 CG 5929) ଧକ୍କାରେ ଜୁରାଗାଡ଼ିଆ ଗ୍ରାମର ସତ୍ୟଜିତ ନାୟକଙ୍କ ମୃତ୍ୟୁ ଘଟିଛି। ସତ୍ୟଜିତ ପରିବା ଆଣିବାକୁ ବଜାର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଣ୍ଡରପାସ୍ ନିର୍ମାଣ ଦାବିରେ ପ୍ରାୟ ୩ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ। ପରେ ପୋଲିସ ଓ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଗାଡ଼ିର ବେଗ ରୋକିବା ପାଇଁ ‘ହମ୍ପସ୍’ ନିର୍ମାଣର ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।